ଶ୍ରାବଣ ଭିଜେଇ ଦିଏ ମନ
ଆଖିରେ ବିଞ୍ଚି ଦିଏ
ଚୂନା ଚୂନା ସ୍ବପ୍ନ
ତାର ବର୍ଷାର ଧାରାରେ
ସିକ୍ତ କରେ ଜଡରୁ ଜୀବନ
ଭରିଦିଏ ସଂଜୀବନୀ ମନ୍ତ୍ର
ତୃଷାର୍ତ୍ତ ଧରଣୀର କୋଳ
ଚାହିଁଥାଏ କେବେଠୁ
ପାଇବାକୁ ତୃପ୍ତି ଭରା
ତା ଶୀତଳ ଆଲିଙ୍ଗନ
ତା ଦେହରେ ଛୁଇଁଯିବ ନୂତନ ଚମକ
ହସିବ ସେ ଆହୁରି ହସିବ
ରଙ୍ଗହୀନ ରୂପ ତାର
ସବୁଜ ଓଢଣୀ ତଳେ
ଅପରୂପ ଦିଶିବ ।।
ସେଇ ଶ୍ରାବଣ ପୁଣି
ଝିପିଝିପି ବରଷା ଛନ୍ଦରେ
ସନ୍ଧ୍ୟା ଭେଟି ଦେବ
ଝିଙ୍କାରୀର ଝିଁ ଝିଁ ଶବ୍ଦ
ତା ଦେହରେ ସ୍ପନ୍ଦନ ତୋଳିବ।।
ତା ଛୁଆଁର ରାତ୍ରିକୁ
ସେ କେବେକି ଭୂଲିବ
ଅନ୍ଧକାର ଆକାଶ ବି
ହେଇପାରେ ଏତେ ଚମତ୍କାର !!
ଆକାଶର ଟୋପି ଟୋପି
ବର୍ଷା ବିନ୍ଦୁ
ତା ଦେହ ଛୁଇଁବ
ଲାଜେ ଲାଜେ ଭିଜା ତନୁମନ
ଭିଜିବାକୁ ଆଉଟିକେ ଅପେକ୍ଷା କରିବ
ପୁ୍ନଶ୍ଚ ସ୍ବପ୍ନିଳ ଶ୍ରାବଣ
ତା ପାଇଁ ନେଇ ଆସିବ
ଏକ ନୂତନ ସକାଳ
ମତୁଆଲା ଚକ୍ଷୁ ତାର
ହେବ ଲୁହରେ ସଜଳ
ତାର ଚୁମ୍ବକୀୟ ସ୍ପର୍ଶ ତାକୁ
ପୁ୍ନଶ୍ଚ କରିବ ପାଗଳ ।।
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର


0 Comments